ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ମୁଖ୍ୟମନ୍ତ୍ରୀ

ଉପରେ ପ୍ରକାଶିତ :     15-Jan-2020  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ବରଗଡ଼, ବଲାଙ୍ଗିର,ନୂଆପଡା, କଳାହାଣ୍ଡି ଜିଲ୍ଲାର ୨୦ଟି ବ୍ଲକରେ ଶ୍ରମିକଙ୍କ ପାଇଁ ଏମଜିଏନଆରଇଜିଏରେ ଅତିରିକ୍ତ ୧୦୦ ଦିନର କାମ ସହ ବର୍ଦ୍ଧିତ ମଜୁରି ସହ ମହିଳାଙ୍କ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତି ଏବଂ ବିଡିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛନ୍ତି। ଏଥି ସହିତ ସରକାର ଶ୍ରମିକଙ୍କ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସହ IEC କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ହେଲ୍ପ ଲାଇନ ନଂ ୧୫୫୩୬୮(ରାଜ୍ୟ ଭିତରେ),୧୮୦୦୨୪୫୬୭୦୩(ରାଜ୍ୟ ବାହାରେ) ସହ ଇ-ଶ୍ରମିକ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

Other Announcements

Mobilize your Site
View Site in Mobile | Classic
Share by: